ଲେଖକ ଜୀବନ ନୁହଇ କେବଳ
ମାନପତ୍ର ସମ୍ନାନର..
କେଉଁ ବା ନିକିତି ପୂର୍ଣ୍ଣ ହେବ ନାହିଁ
ମାପିବକୁ ଗଲେ ତାର ପ୍ରତିଷ୍ଠା ର
ସମସ୍ତେ କୁହନ୍ତି ସେ ଖୋଜେ
ତାର ପ୍ରାପ୍ତ ଉପାଧିର ପରିଧି
ଖୋଜେ ତାର ସମ୍ମାନ
ଚାହେଁ ତାର ପ୍ରତିଷ୍ଠାନ
ପ୍ରତିଷ୍ଠାନ ????
କିନ୍ତୁ ସେ ପରିଧି ତାର ନୁହେଁ ,
ଏ ସମାଜ ର
ହଁ ସେ ଖୋଜେ ସମ୍ନାନ
ପ୍ରତିଷ୍ଠାନ,କିନ୍ତୁ ଅନ୍ୟାୟର ନୁହେଁ ,ନ୍ୟାୟର
ମିଥ୍ୟା ର ନୁହେଁ ସତ୍ୟର
କଳ୍ପନା ର ନୁହେଁ ବାସ୍ତବତା ର
ଯୁଦ୍ଧ ର ନୁହେଁ ,
ଶାନ୍ତିର ପ୍ରତିକତା ର
ସେଥିପାଇଁ ତ ସେ ପଛକୁ ଚାହେଁ ନାହିଂ, କାରଣ ଏ ସମାଜ ତାକୁ
ଥଟା କରେ
ଉପହାସ କରେ, ନିନ୍ଦା କରେ
କେତେ ବେଳେ ସେ ନିନ୍ଦନୀୟ ତ
କେତେ ବେଳେ ପ୍ରଶଂସିତ
ତଥାପି ଦୁଃଖ ନାହିଂ,
ଅବଶୋଚନା ନାହିଂ
ପ୍ରତିବାଦ ବି ନାହିଂ
କାହିଁକି ସେ ଜାଣିଛି
ଦିନେ ନା ଦିନେ ଏ ସମାଜ
ବୁଝିପାରି ଵ ତା ଲେଖା ର ମୁଲ୍ୟ
ସାଧା କାଗଜ ରେ ନିଗାଡ଼ି ଦେଇଥିବା
ତା ସ୍ୟାହି ର ମୂଲ୍ୟ
ଘଣ୍ଟା ଘଣ୍ଟା ବିତି ଯାଈଥିବା
ତା ସମୟର
ଶ୍ରାବଣ ର ବର୍ଷା ରେ
ନିଦାଘ ର ଖରାରେ
ବସନ୍ତ ର କୋମଳ ପବନ ରେ
ଶୀତର ଜାଡ଼ରେ,ରାତିର ଅନ୍ଧାରରେ
ଦିବାର ଆଲୁଅ ରେ,ସୂର୍ଯ୍ୟାସ୍ତ ର ଗୋଧୂଳି ରେ,
ଅବିଶ୍ରାନ୍ତ ଲେଖିଚାଲେ ସେ
ସେ ଲେଖନୀ ହୃଦୟ ର
ଆମ ସମସ୍ତଙ୍କ ର, ତା
ଲେଖନୀ ର ଉଦେଶ୍ୟ ସମାଜ କୁ
ଆକ୍ଷେପ କରିବାକୁ ନୁହେଁ
ବରଂ ମାର୍ଜିତ କରିବାକୁ,
ଯୁଗ ଯୁଗ ପାଇଁ ସେ ଲେଖୁଥୁବ
ଆଃଉ ଲେଖି ଚାଲି ଥିବ ମଧ୍ୟ
କାଇଁକି ନା ଲେଖକ ଓଃ ଲେଖନୀ
ଦୁହେଁ ପରା ପରସ୍ପର ପରି ପୁରକ
ଗୋଟିଏ ଆତ୍ମା ଦୁଇଟି ଶରୀର
ଏ ସମାଜ ତାକୁ ପାଗଳ କହୁ ପଛେ
ନିର୍ବୋଧ୍ କହୁ ପଛେ
କିନ୍ତୁ ସେ ପ୍ରସ୍ତୁତ ଦେଵା ପାଈଁ ,
ତାର ଅଂଗିକାର,
ଲେଖନୀ ବି ଏବେ ଲେଖକ ର ଅପେକ୍ଷା ରେ,
ଦେଵ ପାଈଁ ଏ ସମାଜ କୁ ତା
ପ୍ରଶ୍ନ ର ଉତର...
ଜ୍ୟୋସ୍ନା ରାଣୀ ସାହୁ
ପୁରୀ ,ନିମାପଡା
ଫୋନ୍ ନଂ-୭୫୦୪୩୧୫୯୪୬


0 Comments